इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୮୯

ଶୁଣି ଅନୁକରଣ କର

ଶୁଣି ଅନୁକରଣ କର

(ଲୂକ ୧୧:୨୮)

  1. ୧. ଯଦି, ଶୁଣିବା ଖ୍ରୀଷ୍ଟଙ୍କର କଥା,

    ଆମେ ବି ତାହାଙ୍କ ପରି ହେବା ।

    ସତ୍ୟର ଉଜ୍ୱଳ ପଥରେ ଚାଲି,

    ହେବା ଯେ ଆମେ ତାଙ୍କ ସନ୍ତାନ ।

    (କୋରସ)

    ଆସ କାର୍ଯ୍ୟ କରିବା,

    ଯାହା, କହେ ଯିହୋବା ।

    ପାଇବା ଆଶୀର୍ବାଦ ଅଶେଷ,

    କଲେ ଅନୁକରଣ ।

  2. ୨. ଯଦି, ଶୁଣିବା ଖ୍ରୀଷ୍ଟଙ୍କର କଥା,

    ଭାବନା ଦୃଢ଼ ହେବ ଆମର ।

    ଜୀବନରେ ଆସେ ଯେତେ ବି ଝଡ଼,

    ଝୁଣ୍ଟିବାନି କେବେ ଜୀବନରେ ।

    (କୋରସ)

    ଆସ କାର୍ଯ୍ୟ କରିବା,

    ଯାହା, କହେ ଯିହୋବା ।

    ପାଇବା ଆଶୀର୍ବାଦ ଅଶେଷ,

    କଲେ ଅନୁକରଣ ।

  3. ୩. ଯଦି, ଶୁଣିବା ଯିହୋବାଙ୍କ କଥା,

    ହେବା ଫଳବନ୍ତ ବୃକ୍ଷ ପରି ।

    କରି ମନରେ ସତ୍ୟର ଅମଳ,

    ସଦା ଖୁସିରେ ରହିବା ଆମେ ।

    (କୋରସ)

    ଆସ କାର୍ଯ୍ୟ କରିବା,

    ଯାହା, କହେ ଯିହୋବା ।

    ପାଇବା ଆଶୀର୍ବାଦ ଅଶେଷ,

    କଲେ ଅନୁକରଣ ।