इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୦୯

କରିବା ଗଭୀର ପ୍ରେମ

କରିବା ଗଭୀର ପ୍ରେମ

(୧ ପିତର ୧:୨୨)

  1. ୧. କରିବା ଗଭୀର ପ୍ରେମ,

    ଏଥିରୁ ପିତା ଆନନ୍ଦ ।

    ପ୍ରେମର ଗୁଣ ତାଙ୍କର,

    ଅଟେ ଯାହା ମୁଖ୍ୟ ।

    ସ୍ନେହ ଆସେ ହୃଦୟରୁ,

    ଭାବେନି ନିଜ ସ୍ୱାର୍ଥକୁ

    ଅନ୍ୟକୁ କରେ ଆଦର,

    ଦେଖାଏ ବିଶ୍ୱସ୍ତ ।

    ସାଙ୍ଗ ଥିଲେ ଦୁଃଖରେ,

    ଆସିବା ତାଙ୍କର ପାଖରେ ।

    ସାହାଯ୍ୟ ଦେବା ସଦା,

    କରିବାନି ତାଙ୍କୁ ଏକା ।

    ବୁଝାଇଲେ ପ୍ରଭୁ ଯୀଶୁ,

    ଯିହୋବାଙ୍କର ପ୍ରେମକୁ,

    ଛୁଏଁ ଆମର ମନକୁ,

    ଦେଖାଇବା ଆମେ ବି,

    ପ୍ରେମ ଏହିପରି ।