ଅଧ୍ୟୟନ ପାଇଁ ବିଷୟ
ଜାଗ୍ରତ ରହିବା ପାଇଁ ଗଭୀର ଭାବେ ଅଧ୍ୟୟନ କରନ୍ତୁ
ଦାନିୟେଲ ୯:୧-୧୯ ପଢ଼ନ୍ତୁ । ଆଉ ଜାଣନ୍ତୁ ଯେ ଗଭୀର ଭାବେ ଅଧ୍ୟୟନ କରିବା କାହିଁକି ଜରୁରୀ ଅଟେ ।
ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଏହା ପୂର୍ବରୁ କେଉଁ ଘଟଣାଗୁଡ଼ିକ ଘଟିଥିଲା ଓ ଏହାର ଦାନିୟେଲଙ୍କ ଉପରେ କʼଣ ପ୍ରଭାବ ପଡ଼ିଥିଲା ? (ଦାନି. ୫:୨୯–୬:୫) ଯଦି ଆପଣ ଦାନିୟେଲଙ୍କ ଜାଗାରେ ଥାʼନ୍ତେ ତାହେଲେ ଆପଣଙ୍କୁ କିପରି ଲାଗନ୍ତା ?
ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଦାନିୟେଲ ହୁଏତ କେଉଁ ‘ଶାସ୍ତ୍ର’ ଅଧ୍ୟୟନ କରିଥିବେ । (ଦାନି. ୯:୨, ଦାନିୟେଲ ପୃ ୩୦୯ ¶୬) ଦାନିୟେଲ ନିଜ ଓ ଇସ୍ରାଏଲ ରାଷ୍ଟ୍ରର ବି ପାପ କାହିଁକି ମାନିଲେ ? (ଲେବୀ. ୨୬:୩୯-୪୨; ୧ ରାଜା. ୮:୪୬-୫୦; ଦାନିୟେଲ ପୃ ୧୮୨-୧୮୪) ଦାନିୟେଲଙ୍କ ପ୍ରାର୍ଥନାରୁ କିପରି ଜଣାପଡ଼େ ଯେ ସେ ଈଶ୍ୱରଙ୍କ ବାକ୍ୟକୁ ଗଭୀର ଭାବେ ଅଧ୍ୟୟନ କରୁଥିଲେ ?—ଦାନି. ୯:୧୧-୧୩.
ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:
-
ଦୁନିଆରେ ଯାହା ବି ଘଟଣା ଘଟୁଛି, ତାʼ ପ୍ରଭାବରୁ ନିଜକୁ ଦୂରେଇ ରଖିବା ପାଇଁ ମୁଁ କʼଣ କରିପାରିବି ?—ମୀଖା ୭:୭.
-
ଦାନିୟେଲଙ୍କ ଭଳି ଯଦି ମୁଁ ବି ଈଶ୍ୱରଙ୍କ ବାକ୍ୟର ଗଭୀର ଭାବେ ଅଧ୍ୟୟନ କରିବି ତାହେଲେ ମୋତେ କʼଣ ଲାଭ ହେବ ? (ପ୍ର୦୪-ହି ୮/୧ ପୃ ୧୨ ¶୧୭)
-
‘ଜାଗ୍ରତ ରହିବା’ ପାଇଁ ମୋତେ କେଉଁ ବିଷୟଗୁଡ଼ିକୁ ଅଧ୍ୟୟନ କରିବା ଉଚିତ ? (ମାଥି. ୨୪:୪୨, ୪୪; ପ୍ର୧୨-ହି ୮/୧୫ ପୃ ୫ ¶୭-୮)